(ହନୁମାନ କବିଚନ୍ଦ୍ର)
ରାଧାମାଧବ ହେ
ଆଧାର ତୁମ୍ଭେ ତ ମୋତେ
ସାଧାରଣେ ନ ଭଜିଲି ବୋଲିକି ମୋ
ବାଧା ନ ଗଲା କିଞ୍ଚିତେ । ଘୋଷା ।
ପତିହୀନ କରି ଗତିକି ନ ଦେଲ
ପତିତପାବନ ନାମ
ମତିକି କେହି ନ ଆଣିମେ ଏତିକି
ଜାଣିଥାଅ ଘନଶ୍ୟାମ । ୧ ।
ଯେତିକି କହିଲି ଏତିକି ସିନା ମୋ
କହିବାର ରହୁ ଚିତ୍ତେ
ସତୀକି ଅସତୀ ବୋଲିବା କାଳ ଏ
ମତି ରହୁ ତୁମ୍ଭ ଗୀତେ । ୨ ।
ରତିୟେ ତୁମ୍ଭ ଶ୍ରୀଚରଣ ସେବା ତ
କିଛି ନ କରିଛି ମୁହିଁ
ଯତି ପରି ମାତ୍ର କତିରେ ତୁମ୍ଭର
ବସିବାକୁ ଅଛି ଧାଇଁ । ୩ ।
ଅତି ପାତକିନୀ ପାମରୀ ମୋ ଦୋଷ
କ୍ଷମା କର ଆହେ ହରି
ସ୍ତୁତିକରି ନିହି କହେ ଧରାକୋଟ
ରାଜନମାତ ଏପରି । ୪ ।