(ହନୁମାନ କବିଚନ୍ଦ୍ର)
କରୁଣାନିଧାନ କମଳନୟନ ଶ୍ରୀବୃନ୍ଦାବନଚନ୍ଦ୍ରମା
କରୁଛି ଯୁହାର କୋଟି କୋଟି ବାର
ମୋ ଦୋଷକୁ କର କ୍ଷମା । ଘୋଷା ।
କଞ୍ଜ ବେନି ପୟରେ
କିଶୋରୀମଣିଙ୍କ ସହିତରେ
କୁଞ୍ଜେ ବିଜେ ହେବା ଅବସରେ
କିଛି ଜଣାଇବି ଖେଦବାରେ ହେ । ୧ ।
କୁଳ ଦେବତା ମୋହର
ଶ୍ରୀପ୍ରଭୁ କି ନ ଜାଣ ମନ କଥା
କଳପନା କରି କୁଛିତ ଲୋକେ ମୋ
ପୋତାଇ ଦେବାକୁ ମଥା ହେ । ୨ ।
କପଟୀ କରୁଛନ୍ତି ବିଚାର
କଳାପୀଙ୍କି ବେଗେ ଶିକ୍ଷାକରି
କ୍ରୋଧେ ଦଣ୍ଡନ୍ତୁ କୁମ୍ପୁନି ଘର ହେ
କୃପା ଅପାଙ୍ଗ ପଡ଼ୁ ମୋହ ପର ହେ । ୩ ।
କନକ ରଜତ ଭୂଷଣ
ଯାବତ ସହିତେ ନେଇ
କରି ଦୁର୍ବିଚାର ଖୋଜୁଛନ୍ତି ମୋର
ଇଜ୍ଜତ ନେବାର ପାଇଁ ହେ । ୪ ।
କନ୍ଦଳ ଲଗାଇ ତାଲୁକା ଯାକର
ପ୍ରଜାଙ୍କୁ କରାଇ ମେଳି
କଉଡ଼ିମାନଙ୍କ ଆସିବା ବାବତ
ନ ଦେଇ କଲେଣି ଗାଳି ହେ । ୫ ।
କରୁ ନାହଁ କିପାଁ ମୋରେ ଦୟା କେଣେ
ଲଗାଇଛ ଏତେ ମାୟା
କେତେ ବୋଇଲେଣି ମୋତେ ବାୟା ହେ । ୬ ।
କରଚକ୍ର ଯେବେ ଥରେ ମାତ୍ର
ଯେବେ ଚଳନ୍ତା ତାଙ୍କ ଉପରେ
କରି ମୁଁ ଗୁହାରି ବାହାରନ୍ତି କିପାଁ
ତୁମ୍ଭେ ଶୁଣିଲେ ସତ୍ୱରେ ହେ । ୭ ।
କମଳାଦେବୀପତି କପଟ
ମୋଠାରେ କଲ ଅତି ହେ
କହିବି କାରେ ମୁଁ ତୁମ୍ଭ ଚରିତ ହେ
ବ୍ରଜସୁନ୍ଦର ଭୂପତି ହେ । ୮ ।