(ଅଜ୍ଞାତ କବି— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)
ବଳାନା ଗୋ ସହି ଯମୁନା ଯିବା ପାଇଁ
ଶ୍ୟାମ ହେଲା ମୋ ଭଗାରି
ଗୋପ ନଗ୍ରେ ଦୋଚାରୀ ଶ୍ରୀମତୀ ପଡ଼େ ହୁରି
ସତୀବରତ ଛଡ଼ା ମୋହନ ବଂଶୀଧାରୀ
(ପଡ଼ି)
ଅବିରତେ ମୁରଲୀ ଡାକଇ ରାଧା ବୋଲି
ବାସେ ନ ଲାଗେ ମନ ମରମ ଯାଏ ଜଳି
ଅସୀମ ପ୍ରେମ ସିନ୍ଧୁ ଯାଏ ପୁଣି ଉଚ୍ଛୁଳି
ମରିବା ଯାଏଁ ସାର ଶ୍ୟାମ ପୀରତି କରି । ୧ ।
କିଏ ଦେଲା ତାକୁ ଏ ମୋହନ ବୁଟୀ
କେ ଦେଲା କାମ କତୁରୀ
ଚାହିଁଲା ମାତ୍ରକେ ଅବଶ କରୁଛି
ପଲକେ ଦେଉଛି ସତୀଧୃତି ସାରି
(ପଡ଼ି)
ନୀଳକଟିରେ ଉଡ଼ା ନିରତେ ପୀତଧଡ଼ା
ତ୍ରିଭଙ୍ଗେ ନାଚେ ପୁଣି ସତୀଧରମ ଛଡ଼ା
କେକୀପୁଚ୍ଛ ମଣ୍ଡିତ ନୀରଦ ନୀଳ ଚୂଡ଼ା
ଗୋଳିବା ଆଗରୁ ମହତ ଦେବ ସାରି । ୨ ।