Banchita Bandhure

ବାଞ୍ଛିତ ବନ୍ଧୁରେ
(AnonymousEkatali)
(ଅଜ୍ଞାତ କବିଏକତାଳି)

ବାଞ୍ଛିତ ବନ୍ଧୁରେ
ପର୍ବଶର୍ବରୀଶ ଖର୍ବ ମୁଁ ନାଗରୀଶ
ଶର୍ବରୀ ଦିବା ଆଶ ପର୍ବତରୁ ବିଶେଷ । ଘୋଷା ।
ଗୋଳି ଚୂଆ ଚନ୍ଦନ । ବୋଳିବି ଅଙ୍ଗେ ଧନ ।
ତୋଳି ସଜ ସୁମନ । ଦୋଳି କରି ମଣ୍ଡନ ।
କଞ୍ଜ ଚରଣେ ତୋର । ଖଞ୍ଜ ମଣି ମଞ୍ଜୁର ।
ଖଞ୍ଜନାକ୍ଷୀରେ କର । ମାଜଣା ପରିଚାର । ୧ ।

ସଞ୍ଜ ହେଜି ତଳ୍ପ ତଳେ ଅଳ୍ପହାରୀ
କ୍ଳାନ୍ତି ଶାନ୍ତି କରାଇବି ମନ ଜାଣି ।
ରସାଇ ରସେ ଗୋରୀ । ହସାଇଲୁ ଭଗାରି ।
ରସାରୁ ଯିବି ସରି । ଯଶାକୁ ମୁଁ ସୁମରି ।
ଦୂରୁ କାମକମାଣ । ଭୂରୁ ନୟନ ବାଣ ।
ସରୁ ପାକରେ ଜାଣ । ହରିନେଲା ରେ ପ୍ରାଣ ।
ଟାଣେ ହାଣିରେ ରସାଣେ ସ୍ୱର୍ଣ୍ଣ ଦେଇ ।
ରାମ ବାଣ ପରିତ୍ରାଣ କର ତୁ ଜାଣ । ୨ ।