Anama Patana Hate

ଅନାମ ପାଟଣା ହାଟେ
(Baikunthanath Brahmachari)
(ବୈକୁଣ୍ଠନାଥ ବ୍ରହ୍ମଚାରୀ)

ଅନାମ ପାଟଣା ହାଟେ
କର ମନ କାରବାର
ଅନେକ କାଳର କଷ୍ଟ
ଅଳପକେ ହେବ ଦୂର | ଘୋଷା |

ବସିଛି ବଣିଆ ବୁଢ଼ା
ମେଲିଣ ଦୋକାନ ପୁଡ଼ା
ଯାହା ତୋର ହେବ ଲୋଡ଼ା
ମାଗିଲେ ଦେବ ସତ୍ୱର | ୧ |

ଅଲେଖା ହିସାବ ତାର
ଅକ୍ଷର ମଧ୍ୟୁଁ ବାହାର
ନାହିଁ କାଗଜ ପତର
ରେଫେ ନ ଯାଏ ପାଶୋର | ୨ |

ଅମୁଲ୍ୟ ଭକତି ବିନା
ନନେବ ସେ ଟଙ୍କା ସୁନା
କୋଟିକେ ଗୋଟିଏ ଗଣା
ହେବୁ କଲେ ସେ ବେପାର | ୩ |

ବିବେକ ବିଚାରେ ତୁଳି
ଖୋଲି ବିଶ୍ୱାସର ଝୁଲି
ଧର୍ମ ଅର୍ଥ କାମ ଭୁଲି
ମୋକ୍ଷକୁ ସଉଦା କର | ୪ |

ସେ ହାଟେ କରି ସଉଦା
ତୁଟାଅ ଦାରିଦ୍ର୍ୟ ବାଧା
ଦ୍ୱିଜ ବୈକୁଣ୍ଠର ଶ୍ରଦ୍ଧା
ରହୁ ଜନ୍ମ ଜନ୍ମାନ୍ତର | ୫ |