Ana Lo Mitani Kunje Jhulana Doliku

ଅନାଲୋ ମିତଣି କୁଞ୍ଜେ ଝୁଲଣ ଦୋଳିକୁ
(Baikunthanath Brahmachari)
(ବୈକୁଣ୍ଠନାଥ ବ୍ରହ୍ମଚାରୀ)

ଅନାଲୋ ମିତଣି କୁଞ୍ଜେ ଝୁଲଣ ଦୋଳିକୁ
ଅପୁର୍ବ ସୁନ୍ଦର ରାଧାମୋହନ କେଳିକୁ । ଘୋଷା ।

ଉଭା ତ୍ରିଭଙ୍ଗଠାଣିରେ
ଚୋରା ବାଙ୍କ ଚାହାଣୀରେ
ନାରୀ ମନ ଦୋହଲାଏ
ବାଇ ମୁରଲୀ କୁ |୧|

କଟିଦେଶେ ପୀତବାସ
ମୁଖେ ଦରହାସ ଭାଷ
ନୋହିବ କେ ଶୁଣି ବଶ
ତା ଚାଟୁ ବୋଲିକୁ |୨|

ରାଈକୁ ଧରି କୋଳରେ
ଝୁଲନ୍ତି ଫୁଲଦୋଳରେ
ବଇକୁଣ୍ଠ ଧ୍ୟାନ କରେ
ତା ପାଦତଳିକୁ |୩|