Gati Mora Nanda Nandana

ଗତି ମୋର ନନ୍ଦନନ୍ଦନ
(Anonymous— Raga Madhukiri, Tala Ekatali)
(ଅଜ୍ଞାତ କବି— ରାଗ ମଧୁକିରୀ, ତାଳ ଏକତାଳି)

ଗତି ମୋର ନନ୍ଦନନ୍ଦନ
ଗଲେ ଯାଉ ପଛେ ସଖୀ
ତାର ଲାଗି ଏ ଜୀବନ । ଘୋଷା ।

ହେଲେ ହେଉ ଅପବାଦ । ତହିଁକି ନାହିଁ ମୋ ଖେଦ ।
ସେହି ସିନା ମୋ ସନମାନ ।
(ପଡ଼ି‌)
ଯାଉ ଗୋ ମାନ ମହତ । ନ ତେଜିବି ନନ୍ଦସୁତ ।
କଳାକାହ୍ନୁ ମୋର ଗଣ୍ଠିଧନ ତ ।
ସେ ତ ମୋର ଗଳାହାର । ନଟବର ସୁନ୍ଦର ।
ମୂରୁଛି ନ ପାରିବି ଗୋ ହୃଦଚନ୍ଦନ । ୧ ।