Kumara Kahara

କୁମର କାହାର
(Lokanatha PattanayakaRupaka)
(ଲୋକନାଥ ପଟ୍ଟନାୟକରୂପକ)

କୁମର କାହାର
ଆଜ ଗୋଷ୍ଠକୁ ବାହାର ମା
ସୁତ ଏ ଯାହାର ଧନ୍ୟ ଭାଗ୍ୟକୁ ତାହାର ମା । ଘୋଷା ।

ମସ୍ତକେ ମୟୂର ଚୂଳ
କଟିରେ ପୀତ ଦୂକୁଳ
ମଜ୍ଜାଏ କାମିନୀ ବୃନ୍ଦ ଅପାଙ୍ଗ ଯାହାର ମା । ୧ ।

ବଜାଇ ମୋହନ ବେଣୁ
କାନନେ ଚରାଏ ଧେନୁ
କାମ୍ୟ ତା ଚରଣରେଣୁ କନ୍ଦର୍ପ ବାମାର ମା । ୨ ।

ସଂସାର ସୁଷମା ଆଣି
ପୀରତି ରସେ ରସାଣି
ଥିଲା କେ ତ୍ରିଭଙ୍ଗଠାଣି ନିର୍ମ୍ମାଣି ଏହାର ମା । ୩ ।

ଗୋପରେ ଏହି କୁମର
ସର୍ବ ଶୁଭେ କରୁ ଘର
ବରଷୁ ଶିରେ ତା ବର ପାର୍ବତୀନାହାର ମା । ୪ ।