Mo Name Bansi Na Bajare

ମୋ ନାମେ ବଂଶୀ ନ ବାଜରେ
(Benudhara— Raga Gundakriya)
(ବେଣୁଧର— ରାଗ ଗୁଣ୍ଡକ୍ରିୟା)

ମୋ ନାମେ ବଂଶୀ ନ ବାଜରେ
ଆଉ ମୋ ନାମରେ ବଂଶୀ ନ ବାଜରେ । ଘୋଷା ।

ଶୁଣି ତୋର ସ୍ୱନ ହେଲି ମୁଁ ଉଚ୍ଛନ୍ନ
ସଢ଼ିଲିଣି ଲୋକଲାଜରେ । ୧ ।

ଏ ଗୋପନଗରେ ଢମାଳି ଢଗରେ
କେ କେତେ ଗଞ୍ଜନ୍ତି ବ୍ୟାଜରେ । ୨ ।

ମୁଁ ବୋଲି କୁଳଟା କେତେ ହୁରି ହଟା
ବସିଛି ଗୋପ ସମାଜରେ । ୩ ।

ବେଣୁଧର ଭଣି ଠାକୁରାଣୀ ବାଣୀ
ଦଇନି କରୁଛି ଆଜରେ । ୪ ।