Charana Dharili Re Bandhu

ଚରଣ ଧରିଲିରେ ବନ୍ଧୁ
(Artabandhu Dash— Raga Chakrabaka, Tala Jhampa)
(ଆର୍ତ୍ତବନ୍ଧୁ ଦାଶ— ରାଗ ଚକ୍ରବାକ, ତାଳ ଝମ୍ପା)

ଚରଣ ଧରିଲିରେ ବନ୍ଧୁ
ଶରଣ ବରିଲି । ଘୋଷା ।

କଞ୍ଜନ ଖଞ୍ଜନନେତ୍ରୀ କିଶୋରୀ କନକଗାତ୍ରୀ
ନ ଢାଳିଲା ତିଳେ ମାତ୍ର ନୀଳ ଇନ୍ଦୀବର ନେତ୍ର
(ପଡ଼ି)
ନାହିଁ ନାହିଁ ମହୀମଣ୍ଡନା ସହି କେହି
ଅଖଣ୍ଡିତ ଚନ୍ଦ୍ରମୁଖୀ ଶୋଭାଙ୍ଗୀ
ସୀମନ୍ତଲପନାର କମ୍ପନ ମନୋହର
ଦଣ୍ଡେ କି ଦଣ୍ଡ ଦଣ୍ଡିଲା
କହିଲି ମଲି ବୋଲି । ୧ ।

ଚଳିଲି ଆକୁଳ ଚିତ୍ତେ ବିକଳ ପରାଣ କେତେ
ବନ୍ଧୁରେ ମରମ କଥା ନ ବୁଝିଲେ ହୃଦବ୍ୟଥା । ୨ ।