Manjuhasi Kunjamandana Re

ମଞ୍ଜୁହାସୀ କୁଞ୍ଜମଣ୍ଡନାରେ
(Artabandhu Dash— Raga Sankarabharana, Tala Ekatali)
(ଆର୍ତ୍ତବନ୍ଧୁ ଦାଶ— ରାଗ ଶଙ୍କରାଭରଣ, ତାଳ ଏକତାଳି)

ମଞ୍ଜୁହାସୀ କୁଞ୍ଜମଣ୍ଡନାରେ ।
ମଞ୍ଜୁଳକଞ୍ଜନୟନା ।
ବର୍ଜିଲୁରେ ବରବର୍ଣ୍ଣନୀ ଅର୍ଣ୍ଣବ
ସମ୍ପଦ ବିପଦ କଳ୍ପିକ ଘେନିଘେନା । ଘୋଷା ।

ସ୍ୱରୂପଶୋଭିନୀ ଭୂରୁବିଳାସିନୀ
ଗୁରୁନିତମ୍ବିନୀ ଚାରୁସୁହାସିନୀ ।
ସଙ୍ଗିନୀରେ ରସରଙ୍ଗିନୀ ଅଙ୍ଗନା
ଛାରଖାର ସାର ପ୍ରାଣ କଲୁ ତୁ ସିନା । ୧ ।

ସରସବଚନା ସାରସଲୋଚନା
କର ବିବେଚନା ନ କର ଶୋଚନା ।
ସଞ୍ଚନାରେ ଖେଦ କାଞ୍ଚନ ଅଙ୍ଗିନୀ
ମୁଞ୍ଚ ମୁଞ୍ଚ ପାଞ୍ଚ ମାନ ବାରେ ତୁ ମନା । ୨ ।

ପରିହାସ ବାଣୀ ନାରୀ ଶିରୋମଣି
ବରିଲୁ ସରଣୀ ଘାରି ହେଲୁ ପୁଣି ।
ବନ୍ଧୁ ମୋର ଚିର ସନ୍ତାପ ନାଶିନୀ
କାଶହାସ ପରକାଶ କରି ତୁ ଅନା । ୩ ।