(ଅଜ୍ଞାତ କବି— ରାଗ ବରାଡ଼ି)
ମଧୁ ନେଲା ଲୁଟି ଅଧରୁରେ ମିତଣୀ
ଫୁଟୁ ନ ଫୁଟୁ କଳି ବାରଣ ପାଇ ଅଳି । ଘୋଷା ।
ଦେହେ ସଙ୍କେତ ବହୁ ମାନନ ପେଡ଼ି ଦେଉ
କାମିନୀ ମୁଖେ ବଜ୍ର ବାଡ଼କୁରେ ମିତଣୀ
ଆଳୀଏ ସରିଯିବେ ଏ ରୀତି ଭାଳିରେ
(ପଡ଼ି)
ରଦନ କାମକୁନ୍ତ ଯୋଗେ ଗଣ୍ଡ ମଣ୍ଡନ
ଉନ୍ନିଦ୍ର ବିଭାବରୀ କାମ ଦର୍ପଖଣ୍ଡନ
ଜଡ଼ିତ ଝୀନଶାଢ଼ୀ ପ୍ରକଟ ଅଙ୍ଗେ ଜଡ଼ି
ସୁଧା ଶିର ସୀମନ୍ତ ଫିଟି ତୁଟିଛି ଶିରେ
(ପଡ଼ି)
ସୁରସଦନ ଶିରୀ ଶୋକର ଗତ ମଣିଲୁ
ସୁଖ ସୁମରି ସଖୀଗଣରେ ଗଣନା କଲୁ
ଇନ୍ଦୁ ନିନ୍ଦି ବଦନୀ ସ୍ୱରୂପ ଅନଳ ହେଲୁ
ପ୍ରେମଚୋର ମିଳିନ୍ଦ ମାରଣେ ସାର ମରାଳୀ । ୧ ।
ଦେହେ କଲୁକି ହୁଡ଼ ବାହୁମୃଣାଳ ଦୃଢ଼
ରମଣୀ ଟିକା ପଦ କାରଣରେ ମିତଣୀ
(ପଡ଼ି)
ନବପୁଷ୍ପିତା ପାଞ୍ଚି ବିରହୀ ଦମ୍ଭଚୂନା
ବାନ୍ଧିଲୁ ଆଣ୍ଟେ ସ୍ତନ ମଦନ ଏକମୁନା
ଉଲଟରତି ରଚି ହାରିଲୁ ହେମଗୋରୀ
ରମ୍ଭା ଜାନୁ ଭେଳାକୁ ପ୍ରେମ ସାଗରେ ମେଲି । ୨ ।
ଚିକର ତୋ ଚରଣ ହୋଇଛି ତ ପୀଡ଼ନ
ଘାରିବ ଅବିରତ ଅନଙ୍ଗରେ ମିତଣୀ
(ପଡ଼ି)
ପଡ଼ିବ ବାରବାଜା ବସୁଧାରେ ଉଚ୍ଛୁଳି
ନାଗରୀମଣି ଚିନ୍ତି ଘୁମୁସରାଧିପତି
ଧନଞ୍ଜୟ ଆତ୍ମଜ ନୀଳକଣ୍ଠ ସନ୍ତତି
ଉତ୍କଳ କାବ୍ୟକୁଞ୍ଜ କବିସମ୍ରାଟ ଭଞ୍ଜ
ନିର୍ମଳ ପଦକଞ୍ଜ ରଚେ ହୃଦ ପଖାଳି । ୩ ।
The bhanitā makes it clear that it has been composed by an anonymous poet as a tribute to Upendra Bhanja.