Chahan Chahan Re Bandhu

ଚାହାଁ ଚାହାଁରେ ବନ୍ଧୁ
(Gadadhara SamantaKhemata)
(ଗଦାଧର ସାମନ୍ତଖେମଟା)

ଚାହାଁ ଚାହାଁରେ ବନ୍ଧୁ । ଚାହାଁ ଏ ନୀପମୂଳକୁ ।
ଥୟ କରି ଥରେ ମାତ୍ର ନେତ୍ରାଞ୍ଚଳକୁ । ଘୋଷା ।

କି ଯୋଗେ ବାଳୀମଉଳି ।
କୁସୁମ ଆଳି କାଳିନ୍ଦୀର କୂଳକୁ । କଲୁ ଅନୁକୂଳକୁ ।
ସୁନ୍ଦରବୃନ୍ଦପୁରନ୍ଦର ମନ୍ଦରଗିରିଧର ଚନ୍ଦ୍ରକଚାରୁଚୂଳକୁ । ୧ ।

ଲୁଚି ଲୁଚି ତୋ ଚଞ୍ଚଳ ।
ସୁକୁଞ୍ଚିତ ଅଞ୍ଚଳ ପୀତଚେଳକୁ । ପୁଣି କାଞ୍ଚିମେଳକୁ ।
ଦଣ୍ଡିତ ଚିତ୍ରଶିଖଣ୍ଡୀ ତ ମଣ୍ଡିତ ମୌକ୍ତିକମଣିମୟ ନାସାତିଳକୁ । ୨ ।