(ବନମାଳୀ— ରାଗ ବଜ୍ରକାନ୍ତି, ତାଳ ଏକତାଳି)
ସରିବ କି ଏ ନିଶି ଗୋ
ନାଗର ମୋହନ ବିନା । ଘୋଷା ।
କଣ୍ଟ ଦେଇ ବେଣୁଧାରୀ ନଇଲେ ମୋ କୁଞ୍ଜପୁରୀ
କେ ସହିବ ମାର ବେଦନା । ୧ ।
ସଖୀ ମୁଁ ଯୋଡ଼ୁଛି କର ଏଥକୁ ଉପାୟ କର
ଦୂର ହେବ ସନ୍ତାପ କିନା । ୨ ।
ସକଳ କଲା ଅନ୍ଧାର ପ୍ରଖର ମଦନଶର
ଘନଶ୍ୟାମ ଅନାଉଁ କିନା । ୩ ।
ଅସନ ମଣିଲି ବିଷ ଗରୁ ହେଲା ଝୀନବାସ
କୃଷ୍ଣ କୃଷ୍ଣ ବୋଲି ଜପେ ନା । ୪ ।
ଶ୍ରୀମତୀ ବିଳାପ ଜାଣି ମିଳିଲେ ସେ ବେଣୁପାଣି
ବନମାଳୀ କରେ ଭାବନା । ୫ ।