Jagrata Mahadeba Deba

ଜାଗ୍ରତ ମହାଦେବ ଦେବ
(Anonymous— Raga Abheri, Tala Kuduka)
(ଅଜ୍ଞାତ କବି— ରାଗ ଆଭେରୀ, ତାଳ କୁଡ଼ୁକ)

ଜାଗ୍ରତ ମହାଦେବ ଦେବ
ଜାଗ୍ରତ ରଣ ସାଜେ
ସେବକ ଜନ ସେବିତ ଶିବ
ଶଙ୍କର ଦେବରାଜେ । ଘୋଷା ।

ଗଙ୍ଗାଧର କାଶୀବାସୀ
ନାଶ ସଂସାର ପାପରାଶି
ପାର୍ବତୀପତି ପାହି ପିନାକୀ
ଡାକି ଡମ୍ବରୁ ବାଜେ । ୧ ।