Nabina Nirada Syama

ନବୀନ ନୀରଦ ଶ୍ୟାମ
(Anonymous— Raga Lalita, Tala Ekatali)
(ଅଜ୍ଞାତ କବି— ରାଗ ଲଳିତ, ତାଳ ଏକତାଳି)

ନବୀନ ନୀରଦ ଶ୍ୟାମ
ନବୀନାକୁ ସାରିଲାରେ
ସଂସାର ସାର ସୁଷମା
ଅବିରତ ଘାରିଲାରେ । ଘୋଷା ।

ଲାବଣ୍ୟନିଧିକି ଝୁରି
ସରିଲା ରାଈ କିଶୋରୀ
ଅଶନ ବସନ ବିଷ
ତୁଲ୍ୟ ମଣି ଝୁରିଲାରେ । ୧ ।