Jamunaku Aau Jaana

ଯମୁନାକୁ ଆଉ ଯାଆନା
(Anonymous— Raga Sankarabharana, Tala Khemata)
(ଅଜ୍ଞାତ କବି— ରାଗ ଶଙ୍କରାଭରଣ, ତାଳ ଖେମଟା)

ଯମୁନାକୁ ଆଉ ଯାଆନା
ବାଟ ଜଗି ବସିଥିବ ସେ ନନ୍ଦ କାହ୍ନା । ଘୋଷା ।

ସେ ଶ୍ୟାମ ବାଙ୍କଚାହାଣୀ
ମରମ ଦେବଟି ହାଣି
ନ ଯିବୁ ତୁ ନୀର ଆଣି
ଘନ ଜଘନା । ୧ ।

ଦେଲୁଣିକିରେ ପାଶୋରି
ଦଗାଦାର ବଂଶୀଧାରୀ
ସରିଯିବୁରେ କିଶୋରୀ
ନ ଘେନୁ ମନା । ୨ ।

ସେ ସୁନ୍ଦର ବନମାଳୀ
ନାଚୁଥିବେ ଢଳି ଢଳି
ଶିଖୀ ପୁଚ୍ଛ ବାମେ ଢାଳି
କାଳିଆ ସୁନା । ୩ ।