Aja Mu Dekhili Ghanasyamaku Go

ଆଜ ମୁଁ ଦେଖିଲି ଘନଶ୍ୟାମକୁ ଗୋ
(Ramakrusna— Raga Bilahari, Tala Ekatali)
(ରାମକୃଷ୍ଣ କବିଚନ୍ଦ୍ର— ରାଗ ବିଲାହାରୀ, ତାଳ ଏକତାଳି)

ଆଜ ମୁଁ ଦେଖିଲି ଘନଶ୍ୟାମକୁ ଗୋ
ଦେଖିଲି ଦେଖିଲି ଘନଶ୍ୟାମକୁ ଗୋ । ଘୋଷା ।

ସେବତୀ ପାଖୁଡ଼ା ବେଢ଼ା
ସତୀଙ୍କ ବରତଛଡ଼ା
କିଛି ଢଳିଅଛି ଚୂଳ ବାମକୁ ଗୋ । ୧ ।

ତା ଛବି ଉପରେ ମିତ
ପଡ଼ି ବୁଡ଼ିଗଲା ଚିତ୍ତ
କେ ଗଢ଼ିଛି ଏ ସୁନ୍ଦର ଧାମକୁ ଗୋ । ୨ ।

ଆହା ସେ ଲାବଣ୍ୟମୂର୍ତ୍ତି
ଦର୍ଶନେ ହରିବ ଧୃତି
ନିଉଛାଳି ହେବି ନନ୍ଦକାହ୍ନୁକୁ ଗୋ । ୩ ।

ରାମକୃଷ୍ଣ ବୋଲେ ମିତ
ଯାହା ହେଉଅଛି ଚିତ୍ତ
ପୂର୍ଣ୍ଣ କରି ନ ପାରିଲି କାମକୁ ଗୋ । ୪ ।