Kahibu Jai Syama Bandhunku

କହିବୁ ଯାଇ ଶ୍ୟାମବନ୍ଧୁଙ୍କୁ
(Upendra Bhanja— Raga Bakulabharana, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ ବକୁଳାଭରଣ, ତାଳ ଏକତାଳି)

କହିବୁ ଯାଇ । ଶ୍ୟାମବନ୍ଧୁଙ୍କୁ ମନ ମଜ୍ଜାଇ ।
ଗୁପତେ ପୀରତି କଲେ ମୋହନ ବଂଶୀ ବଜାଇ । ଘୋଷା ।

ଜାଳି ଜାଳିଣ ଜାଗର । ନିଶିଯାକ ଉଜାଗର ।
ଦାରୁଣ ମଦନ ଶର । ଦେଲା ମୋ ଜ୍ଞାନ ହଜାଇ । ୧ ।

ଏଡ଼େ ନିଦାରୁଣ ବୋଲି । ସଖୀ ମୁଁ ଜାଣି ନଥିଲି ।
ଶୋକଜଳେ ଭାସିଗଲି । କୁସୁମ ଶେଯ ସଜାଇ । ୨ ।

ବୀରବର ବୋଲେ ଦୂତୀ । ପଥର କଲେଣି ଛାତି ।
ସେ ଚତୁରୀ ରସବତୀ । ଖାଇଛି ପ୍ରେମ ଗଞ୍ଜାଇ । ୪ ।