Aja E Ki Rusa Re

ଆଜ ଏ କି ରୁଷାରେ
(Kabisurjya— Raga Kusuma Kedara, Tala Jati)
(କବିସୂର୍ଯ୍ୟ— ରାଗ କୁସୁମ କେଦାର, ତାଳ ଯତି)

ଆଜ ଏ କି ରୁଷା ରେ
ପାଳିଲି ନାହିଁକି ତୋର ହୁକୁମ ସୁସାରେ । ଘୋଷା ।

ହେଲୁ ଯେ ଗଣ୍ଡମଣ୍ଡିତ କର ସାରସାରେ
ତୋ ବିନା ଅଛି କେ ମୋର ଭରସା ରସାରେ । ୧ ।

ଚିନ୍ତାମଣି ପରା ତୁ ମୋ ଚିତ୍ତ ଘରଷାରେ
ତିନ୍ତାଅନା କୁଚକୁମ୍ଭ ଅଶ୍ରୁବରଷାରେ । ୨ ।

ସହି ସରିଲିଟି ହରଅହିତ ତୃଷାରେ
ବନ୍ଦ ପଡ଼ୁ ସ୍ମିତ ମକରନ୍ଦ ପରଷାରେ । ୩ ।

ଗୁଣାମ୍ବୁଧି ଥରେ ସ୍ମର ସମରେ ରସାରେ
ଭଣାଯାଉ ତୋର ଗଣା ନ ଯା ନିରାଶାରେ । ୪ ।

ଜଗଦ୍ଦେବ ବୋଲେ ଶ୍ୟାମ ବିନୟ ତୃଷାରେ
ଶଙ୍କିଲା ଦେବୀଙ୍କ ମାନ ପଙ୍କଜ ଦଶାରେ । ୫ ।