(ଗୋପାଳକୃଷ୍ଣ— ରାଗ ନଳିନୀଗୌଡ଼ା, ତାଳ ରୂପକ)
ଆ ରେ ଫୁଲ ତୋଳି ଯିବା ବୃନ୍ଦାବନ
ଆସିଲେନି ଆଳୀ ନିକର । ଘୋଷା ।
ତମାଳ ବନଟି ଘନ ପରି ଦିଶେ ଶୋଭାବନ
ବିଦ୍ୟୁ ପରି ଫୁଟିଅଛି ସୁମନ । ୧ ।
ନୀଳ ଶାଢ଼ୀକି ତୋ ତନୁ ବିରାଜୁ ଅଛି ସୁତନୁ
ଦେଖି ଡରି ପଳାଇବ ମଦନ । ୨ ।
ପୁଣି ଯମୁନାରେ ପଶି ସ୍ନାନ କରିବା ସୁବେଶି
ମାଳା ଲାଗି କରିଦେବି ବହନ । ୩ ।
କଳା ଡୋଳାକୁ ଢଳାଇ ଭୋଳା କରି ଦେବୁ ତୁହି
ହେଳା ମାତ୍ରେ ମୋହ ହେବେ ମୋହନ । ୪ ।
ଡାକୁ ଲଳିତାଙ୍କ ଗିରେ ଶୁଣି ଚଳିଲେ ସତ୍ୱରେ
ଭାବି ଗୋପାଳକୃଷ୍ଣର କଥନ । ୫ ।