(ପଙ୍କଜ— ରାଗ ମଧୁକିରୀ, ତାଳ ଯତି)
ଆଗୋ ଦୂତୀ ଶ୍ୟାମ ପ୍ରୀତି
କେମନ୍ତେ ମୂର୍ଚ୍ଛିବି ଗୋ
କେମନ୍ତେ ମୂର୍ଚ୍ଛିବି କହ
କେମନ୍ତେ ମୂର୍ଚ୍ଛିବି ଗୋ । ଘୋଷା ।
ସେ ମୋହନ ମୋ ଜୀବନ
ତା ଠାରୁ ହୋଇ ମୁଁ ଆନ
ଏକାକିନୀ ହୋଇ କହ
କେମନ୍ତେ ବଞ୍ଚିବି ଗୋ । ୧ ।
ମୋର ଯେ ଶାଶୁ ନଣନ୍ଦ
ତାର ଯୋଗୁଁ ଅପବାଦ
ଦେଇଣ ଲଗାନ୍ତି ଦ୍ୱନ୍ଦ
କେତେ ତା ସହିବି ଗୋ । ୨ ।
ଯମୁନାକୁ ଯିବା ପାଇଁ
ମନା କଲେଣି ଗୋ ସହୀ
ରହିଲେଣି ଜଗି ମୋତେ
କି ବୁଦ୍ଧି କରିବି ଗୋ । ୩ ।
ସଖୀ ସେ ବଂଶୀବଦନ
ଦିନେ ନ ଦେଲେ ଦର୍ଶନ
ଘାଣ୍ଟି ହୁଏ ମନ ଯାହା
ତାହା କି କରିବି । ୪ ।
ଶୁଣ ଗୋ ପ୍ରାଣସଜନୀ
ହେବି ପଛେ କଳଙ୍କିନୀ
ମୋ ପ୍ରାଣସଙ୍ଖାଳି ସେହି
ତାକୁ ନ ତେଜିବି ଗୋ । ୫ ।
ଭାଷେ ପଙ୍କଜ ଚରଣ
ହେଲେ ହୋଇଣ ଦୂଷଣ
ସେବି ସେ କୃଷ୍ଣ ଚରଣ
ଦିନ କାଳ ନେବି ଗୋ । ୬ ।
āgo duti syāma priti
kemante mūrchhibi go
kemante mūrchhibi kaha
kemante mūrchhibi go /ghosā/
se mohana mo jibana
tā ṭhāru hoi mu āna
ekākini hoi kaha
kemante bañchibi go /1/
mora je sāsu naṇanda
tāra jogu apabāda
deiṇa lagānti dwanda
kete tā sahibi go /2/