(ବନମାଳୀ— ରାଗ ସିନ୍ଧୁକାମୋଦୀ, ତାଳ ଆଦିତାଳ)
ଆଗୋ ସଖୀ ଅତି ବିଷମ ନେତ୍ର ପୀରତି । ଘୋଷା ।
ପରସ୍ପରେ ପଡ଼ଇ ସୁଧା ଆଣି ଇଡ଼ଇ
ସବୁ ବିଷୟା ହୁଏ ଆରତି । ୧ ।
ପାଶୋରିଲେ ପାଶୋରି ଶୋରିଷକେ ନ ପାଇ
ନ ଦେଖି ଛାତି ହୁଏ କରତି । ୨ ।
ରେଣୁ ପଡ଼ିଲେ ଆଖି ଚିତ୍ର କିଛି ନ ଦେଖି
ବନ୍ଧୁ ମୂରତି ହୁଏ ଭରତି । ୩ ।
ଆଖିର ଆଖି କୀଟ ଅଟଇ ଏ କି ଲାଟ
କାଟୁଛି ହୋଇ ନାହିଁ ବରତି । ୪ ।
ନୟନ ପରବଶ ହେଳେ କରଇ ନାଶ
ସତ ଏ ବନମାଳୀ ଭାରତୀ । ୫ ।