(କବିସୂର୍ଯ୍ୟ— ରାଗ ମୋହନା, ତାଳ ପହପଟ)
ଆଜ ଏ କି ରୁଷା ରେ ଖଞ୍ଜନଦୃଶା
ସୁନ୍ଦର କୁନ୍ଦପସନ୍ଦ ସ୍ମିତ ବିନାରେ । ଘୋଷା ।
ଦୋଷ କରିବାର ନାହିଁ ଜାଣି
କି କାରଣେ ସଖୀ ଗଣ୍ଡେ ପାଣି
ମୋ ସପତଟିରେ ବୀଣାବାଣୀ
ନିରାଶ କାରଣ କହି ଦରିଆରେ ଭସାରେ । ୧ ।
ଭାରି ଉରଜା ମୋ ସୁଖରାହା
ମାରି ପକାଅ ସେ ଯିବ ସୁହା
ବାରିଝର ନୟନୁ ନ ବୁହାରେ ସଜନୀ
ଚାରି ଧରମ ହେବଟି ତୋର ସେ ରସାରେ । ୨ ।