(ବନମାଳୀ— ରାଗ ପୁନ୍ନାଗ, ତାଳ ଝୁଲା)
ଅଞ୍ଜନ ଗଞ୍ଜନ ଛବି ଶ୍ରୀ ଛାମୁକୁ ଥରେ
ଯାଆ ମୋ ସଜନୀ କୁଞ୍ଜ ବନେ । ଘୋଷା ।
ଆସ ନିରାଶ ତୁ ନ କର
ବାସ ସୁମନ ପରିରେ ସରିଲା ହୃଦୟ ଗିର । ୧ ।
ତେଜ ଗୁମାନ ମନୁ ତୋର
ଧରୁଛି ତୋ କର ମୋତେ ମାର ତାପରୁ ଉଦ୍ଧାର । ୨ ।
ଧରାରେ ତୋ ଯଶ ବିସ୍ତାର
ତା ଅଧରାମୃତ ପାନ ଦାନେ ବିଳମ୍ବ ନ କର । ୩ ।
ଘେନ ବାରେ ମିନତି ମୋର
ଜଣାଇ ମଣାଇ ଶ୍ୟାମେ କହ ଦୁଃଖ ସମାଚାର । ୪ ।
ବାଣୀ ଶୁଣି ଦୂତୀ ରାଧାର
ଚଳେ ବନମାଳୀ ଶ୍ୟାମ ଛାମୁକୁ ହୋଇ ସତ୍ୱର । ୫ ।