(ଗୋପାଳକୃଷ୍ଣ— ରାଗ କାଫି, ତାଳ ଆଠତାଳି)
ଅଣ୍ଟି ଗଲାନି କୋଟି ଗୁଣେ ତୋ ସ୍ନେହ
ସୁଖ ସରି ଆଉ ନା । ଘୋଷା ।
କୂଟ କପଟୀ ନଟ ଆଭୀର ପଲ୍ଲୀ ବିଟ
ବଟିଆଇ ମୋ ଆଗେ ଚାଟୁ କହନା । ୧ ।
କାଲି ନିଶି ଜାଗରେ ନିକୁଞ୍ଜ ଅଗଣାରେ
ଜଗାଇ ଦେଲୁ ତାକୁ କେତେ ଯାତନା । ୨ ।
କୀର୍ତ୍ତିଦା ପତିକୁଳେ କୀର୍ତ୍ତିବଲ୍ଲୀ ଆକୁଳେ
ଶ୍ରୁତିରେ ତୋ ଧରମ ହେବ ଶୁଣନା । ୩ ।
ସୁଆଗକୁ ତୋହର ଜୁହାର ଲକ୍ଷେ ବାର
ମୋହ ଲଗାଇ ହରି ଲୁହ ପୋଛାନା । ୫ ।
ତୋ ଲାଗି ଯେତେ ବାଧା ସହିଥିଲା ସେ ରାଧା
ଥରେ ହେଲେ ମନେ ନ କରୁ ଭାବନା । ୬ ।
ଗୋପାଳକୃଷ୍ଣ କହି ଅଞ୍ଜଳି କରି ସହି
ବୋଲେ ପୁଣି ଭ୍ରମାଇ ଲୋକ ହସାନା । ୭ ।