(ଗୋପାଳକୃଷ୍ଣ— ରାଗ ଧନାଶ୍ରୀ, ତାଳ ଏକତାଳି)
ଆସି ଯାଇଛି ସିନା କରମକୁ
ରାଧା ରୁଷିବାର ଥାଇ ଶ୍ୟାମକୁ ଗୋ । ଘୋଷା ।
ବ୍ରଜଯାକ ସଭେ ତାର ସେ ବୃଷଭାନୁ ଜେମାର
ଏଥିରୁ ନ ଜାଣେ ତାରତମକୁ । ୧ ।
କେ ହେଲେ ବିଲୋକିଛି କି ସଜନୀ ଦୁହେଁ ଦୁହିଁକି
ଭ୍ରମରେ କରିବାର ଚରମକୁ । ୨ ।
ଅପରାଧେ କେତେ ଥର କ୍ଷମା କରି ନାହିଁ ତାର
ଯାଉ ବୋଲି ପଛ କରି ତମକୁ । ୩ ।
ଆଳୀକି ଦେଖିଲେ ଯାର ପରିବାର ପରି ତାର
ହୁଏ ଯେ ତେଜି ଲାଜ ସରମକୁ । ୪ ।
ଜାଣି ସଜନୀ ଇଙ୍ଗିତ ଗୋପାଳକୃଷ୍ଣ ଭାଷିତ
କଲା ଦୋଷ ଭେଦିଛି ମରମକୁ । ୫ ।