Banchiba Nabina Ki Syama Bina

ବଞ୍ଚିବ ନବୀନାକି ଶ୍ୟାମ ବିନା

()
()

ବଞ୍ଚିବ ନବୀନାକି ଶ୍ୟାମ ବିନା । ଘୋଷା ।

ଜଳ ବିହୁନେ ମୀନ
କେମନ୍ତେ ନେବ ଦିନ
ରାଧା ପରାଣ ଶ୍ୟାମ ଇନ୍ଦ୍ର ସିନା । ୧ ।

ଜୀବନ ଯଉବନ
ଚିତ୍ତ ବିବେକ ଧନ
ଦେଇ ସେ ହେଲା ତାର ତ୍ରିମାଧିନା । ୨ ।

ଦେଲା ତା ପ୍ରେମେ ଭଳି
ଚିତ୍ତକୁ ଜଳାଞ୍ଜଳି
ଏବେ ବିରହ ଦୁଃଖ ଘାରେ ଦିନା । ୩ ।