Begare Asa Go Braja Nagara Nagarimane

ବେଗରେ ଆସ ଗୋ ବ୍ରଜନଗର ନାଗରୀମାନେ
(Biswambhara Rajendra Deba)
(ବିଶ୍ୱମ୍ଭର ରାଜେନ୍ଦ୍ର ଦେବ)

( ରାଧାପ୍ରେମ ଲୀଳା )
ବେଗରେ ଆସ ଗୋ ବ୍ରଜନଗର ନାଗରୀମାନେ
ଦେଖି ନ ଥିବ ଏ କାଚ କେବେ ନୟନେ ।ଘୋଷା।
ଆଗୋ କେଳିକଳହଂସୀ କୁନ୍ଦଲତା ମନ୍ଦହାସୀ
ଚମ୍ପକଲତା ଲଳିତା ପ୍ରମୋଦ ମନେ ।୧।
ଆଗୋ ପଦ୍ମା ଇନ୍ଦୁରେଖା କାମକଳା ଗୋ ବିଶାଖା
ପିନ୍ଧାଇ ଦେବି ମୁଁ ଏବେ ଅତି ଯତନେ ।୨।
ଆଗୋ ରାଧା ଚନ୍ଦ୍ରାବଳୀ ତୁମ୍ଭର ଶରଧା ବୋଲି
ଆଣିଅଛି ଚାରି ଜାତି କାଚ ନୂତନେ ।୩।
ଏପରି ଆସନ୍ତେ ଭାଷି ଶୁଣି ଚନ୍ଦ୍ରାବଳୀ ଦାସୀ
ଡାକିଲେ କିଶୋରଚନ୍ଦ୍ର ମଜ୍ଜିଲେ ଧ୍ୟାନେ ।୪।