Bege Asa Re Sajani

ବେଗେ ଆସ ରେ ସଜନୀ
(Kisorachandra— Raga Kedaragouda, Tala Jati)
(କିଶୋରଚନ୍ଦ୍ର— ରାଗ କେଦାରଗୌଡ଼ା, ତାଳ ଯତି)

ବେଗେ ଆସ ରେ ସଜନୀ
ମଞ୍ଜୁଳ ବଞ୍ଜୁଳ ବନୁ ପ୍ରସରେ ମୁରଲୀ ଧ୍ୱନି । ଘୋଷା ।

ମହୀ ମହିଳାମଣି ଚାହିଁ ତୋର ସରଣୀ
ଜଗିଛନ୍ତି ଏକାକୀ ବେଣୁପାଣି । ୧ ।

ଛାଡ଼ି ମନ୍ଥର ଗତି ଆସ ଗୋ ଜାତି ମୋତି
-ଦଶନା କରାଳାକୁ ଲାଗେ ଭୀତି । ୨ ।

ବନମାଳ ସୌରଭେ ଭ୍ରମରେ ତା ପ୍ରଲୋଭେ
ରମନ୍ତି ଏହି ଦିଗେ ଚିତ୍ତ କ୍ଷୋଭେ । ୩ ।

କୃଷ୍ଣଙ୍କୁ ଦେଖି ତୋଷେ ଲାଜେ ରହୁ ସେ ଭାଷେ
ମଜ୍ଜେ ରାଜେନ୍ଦ୍ର ହୃଦ କୃଷ୍ଣ ରସେ । ୪ ।