(ତାରିଣୀ ଚରଣ ପାତ୍ର— ରାଗ ବରାଡ଼ି, ତାଳ ଯତି)
ଭଜ ମନ ଅନୁଦିନ ଜନାର୍ଦ୍ଦନଙ୍କୁ
ଭକ୍ରାଧୀନ ଭାବଗ୍ରାହୀ ଭଗବାନଙ୍କୁ । ଘୋଷା ।
ଭବ ବନ୍ଧନୁ ହୁଗୁଳି ଛାଡ଼ କପଟ ଚାତୁରୀ
ବେଗେ ଚଳ ନିତ୍ୟସ୍ଥଳୀ ବୃନ୍ଦାବନକୁ । ୧ ।
ବ୍ରହ୍ମାଦି ଶିବ ସନକ ସନନ୍ଦନ ଶେଷ ଶୁକ
ଚିର ବାଞ୍ଛିତ ବନ୍ଦିତ ଶ୍ରୀଚରଣକୁ । ୨ ।
ଭାବେ ତାରିଣୀ ଚରଣ ମଜ୍ଜି ସେ ମହାଭାବେଣ
ଚିନ୍ତଇ ଅନ୍ତରେ ସଦା ନିତ୍ୟଧନକୁ । ୩ ।