(କବିସୂର୍ଯ୍ୟ— ରାଗ ଖମ୍ବାଜ, ତାଳ ଏକତାଳି)
ଭଜରେ ମାନସ ଗୋପଲଟଂ
କଟିତଟେ ଶୋଭିତ ପୀତପଟଂ । ଘୋଷା ।
କାଳୀୟ ମର୍ଦ୍ଦନ କଂସ ନିସୂଦନ
ଗୋକୁଳ ରକ୍ଷଣ ନାମ ରଟଂ । ୧ ।
ମଙ୍ଗଳ ମଞ୍ଜୁଳ କେଳି କଳାମୂଳ
ଲୀଳା ପୂରିତ ସର୍ବ ଘଟଂ । ୨ ।
ନିତ୍ୟ ନିରଞ୍ଜନ ସତ୍ୟ ସନାତନ
ଗୋପିନୀ ରଞ୍ଜନ ବଂଶୀବଟଂ । ୩ ।
ବିଶ୍ୱ ବିମୋହନ ବେଣୁ ବିନୋଦନ
ଶାଶ୍ୱତ ସୁଚରିତ କର୍ଣ୍ଣପୁଟଂ । ୪ ।
ପାବନ ପୂରଣ ବ୍ରହ୍ମ ପରାୟଣ
ପ୍ରେମ ସୁଧାମୟ ରାସ ନଟଂ । ୫ ।