Bichitra Besa Manjula Re

ବିଚିତ୍ର ବେଶ ମଞ୍ଜୁଳା ରେ
(Kabisurjya— Raga Arabhi, Tala Khemata)
(କବିସୂର୍ଯ୍ୟ— ରାଗ ଆରଭୀ, ତାଳ ଖେମଟା)

Antastha Ba Patala — Kisorachandrananda Champu
ଅନ୍ତସ୍ଥ ବ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ବିଚିତ୍ର ବେଶ ମଞ୍ଜୁଳା ରେ ବାଳା ବିବିଧ ଚାତୁରୀଶୀଳା
ବିଭାବରୀ ଅର୍ଦ୍ଧେ ଏକାକୀ ଏକାକୀ ହୋଇ ରଚୁ ଫୁଲତୋଳା
ବିଳାସ କୁଶଳାରେ
ବଲ୍ଲୀ ନିଳୟ ବିହାର ଲୋଳା । ୧ ।

ବାଳକାଳୁ ବାସ ପରି ରେ ବାଳା ବଞ୍ଚୁଥିଲୁଁ ଅନୁସରି
ବିଲକ୍ଷଣ ବନ ବିହାର ଉତ୍ସବ ବେଳେ ଯା ଦେଲୁ ପାସୋରି ରେ
ବିଚାର ତ ଗୋରୀରେ
ବିଶ୍ଵେ କାହିଁକି ପ୍ରୀତି ଆଚରି । ୨ ।

ବ୍ୟସ୍ତ ହୋଇ ଚିତ୍ରମାଛି ରେ ବାଳା ବ୍ରଣଗଣ ତ ଦିଶୁଛି
ବିମ୍ବାଧରୁ ନବପଲ୍ଲବ ମାନଙ୍କୁ ବାଣ୍ଟିଲୁ କି କିଛି କିଛି ରେ
ବିଶ୍ଳଥ ହୋଇଛିରେ
ବାସ ପିନ୍ଧିଥାଉ ପରା କାଛି । ୩ ।

ବଲ୍ଲୀକି ଅନାଇ ଦୂରୁ ରେ ବାଳା ବାସରେ ତ ଭୟ କରୁ
ବ୍ରଜେ ଆଜ ଶୁଣି ଆସିଲୁ ତୁ ପୁଣି ପ୍ରତି ରାତି ଆସି ଘରୁ ରେ
ବିଜନେ ସଞ୍ଚରୁ ରେ
ବଡ଼ ବିଷମ ଏ ଯା ନ ଡରୁ । ୪ ।

ବିନୟନୟ ବସତି ରେ ବାଳା ବିମୋହନ କଳାବତୀ
ବିରୂପାକ୍ଷ ଦେବ ବିପକ୍ଷକୁ ଜିଣି ଯଶେ ମଣ୍ଡିଲୁ କି କ୍ଷିତି ରେ
ବଲ୍ଲବ ଯୁବତୀ ରେ
ବନ୍ଦେ ଅଷ୍ଟଦୁର୍ଗ ଧରାପତି ।୫।