(କବିସୂର୍ଯ୍ୟ— ରାଗ ମେଘପର୍ଣ୍ଣୀ, ତାଳ ତ୍ରିପଟା)
ବିହି ମୋ ଭାଲେ ଏହା ଲେଖିଥିଲା କି
ବନ୍ଧୁ ବିଚ୍ଛେଦେ ଘନ ଦିନ ଯିବ କି । ଘୋଷା ।
ବିଜୁଳି ଘନ ଦେଖି ବିକଳେ ବାରିଜାକ୍ଷି
ବସି ନୟନୁ ନୀର ଢାଳୁଥିବ କି ।
ବାର ଯେ ବାର ଖର ନିଃଶ୍ୱାସ ତରତର
ବହି ଶ୍ରୀଅଙ୍ଗ ଶିରୀ କ୍ଷୀଣ ହେବଣି କି ।
(ପଡ଼ି)
ବିଧାତା କଲା ଏହା ବ୍ୟଥା ମୁଁ ଆଉ କାହା
ବଳେ ଅରଜି ଯାଇ କରିବି କି
ବିଚାରିବାର ବାର ବୋଲେ କବିମିହିର
ବିରହାନଳେ ଜଳି ଜୀବ ଯିବ କି । ୧ ।