(ଗଜପତି— ରାଗ କଲ୍ୟାଣ, ତାଳ ଖେମଟା)
ବିନାୟକ ବିଘ୍ନ ବିନାଶନକାରୀ । ଘୋଷା ।
ପାର୍ବତୀ ନନ୍ଦନ ପାପ ବିମୋଚନ
ଏ ଭବସିନ୍ଧୁ ତରୀ । ୧ ।
ମୂଷିକ ବାହନ ଭୂଷିତ ଭୂଷଣ
ପାଳିତ ଶିବ ଗୌରୀ । ୨ ।
ଆଶ୍ରିତ ଯେ ଲୋକ ଶିବ ସୁଖ ଦାୟକ
ବନ୍ଦିତ ସୁର ଶୌରି । ୩ ।
ଗଣପତି ଦେବ ଗଜପତି ଦେବ
ମାନସକଞ୍ଜ ହାରୀ । ୪ ।
ବିନାୟକ ବିଘ୍ନ ବିନାଶନକାରୀ