(କାହ୍ନୁ— ରାଗ ମଲ୍ଲାର, ତାଳ ଏକତାଳି)
ଦେଖ ସଖୀ ଘନ ରସେ ପୂରାଇଲେ ଜଳରେ
ନଇଲେ କାନ୍ତ ଏ ଘୋର କମଳଦ କାଳରେ । ଘୋଷା ।
ଝଟ ଝଟ ଝଟକେ ତ ଚଞ୍ଚଳା ଚପଳରେ
ଝାଙ୍କି ଝାଙ୍କି ବହେ ଝଞ୍ଜା ବାତ ଅତି ବଳରେ । ୧ ।
ଏକାନ୍ତେ କେମନ୍ତେ ମୁଁ ଗୋ ବଞ୍ଚିବି ନିଷ୍ଫଳରେ
ଭଲା ବିହି ଭାଲେ ଲିହିଥିଲା କି ଏ ଫଳରେ । ୨ ।
ସତେ କି ସଜନୀ ମୁଁ ଦେଖିବିନି କି ଡୋଳାରେ
ବୋଲେ କହ୍ନାଇ ଯେ ରାମା ରୋଦଇ ଆକୁଳରେ । ୩ ।