(କବିସୂର୍ଯ୍ୟ— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)
ଧନ ଏତେବେଳୁଁ ଥାଅ ମୋତେ କହି ରେ ପ୍ରିୟସହି
ତହିଁରେ ନାହିଁ ଅବଗାହି ରେ । ଘୋଷା ।
ପ୍ରଥମ ପ୍ରବେଶ କାଳେ
ଆଚ୍ଛାଦି ଅଙ୍ଗ ଦୁକୂଳେ
ଉଭା ହେବି ସିନା ତଳେ
କେଳି ତଳପକୁ ବଳେ
ଘେନିଯିବେ ସେହି ସ୍ନେହ ବହିରେ । ୧ ।
ମାର ମନେ ଖେଳୁଥିବ
ପ୍ରଦୀପ ଯେ ଜଳୁଥିବ
ବିବେକ ତ ଟଳୁଥିବ
ଲାଜ ତ ପ୍ରବଳୁଥିବ
ତାଙ୍କ ମୁଖ ଅନାଇବ କେହିରେ । ୨ ।
ମଦନ ମଦ ଅମଳେ
ଚେତା ନ ଥିବାରୁ ଭଲେ
ଲୋଭବଶୁଁ ଅବା ଗେଲେ
ପୁନଃପୁନଃ ଚୁମ୍ବ ଦେଲେ
ସ୍ଥିର ହୋଇ ରହି କି ନ ରହିଲେ । ୩ ।
ଅଷ୍ଟଦୁର୍ଗନାଥ ଭଣେ
ତୋଷ ଗୋ ସଖି ଜଣାଣେ
ମଣ୍ଡି ଆଣି ଆଭରଣେ
ବନ୍ଦିବା ଶିବା ଚରଣେ
ଆସିଲେ ମୁଁ ଲୋକହସା ନୋହିରେ । ୬ ।