Dhira Re Ki Dhana Tu Na Delu

ଧୀରା ରେ କି ଧନ ତୁ ନ ଦେଲୁ ଆଜ
(Kabisurjya— Raga Kaphi, Tala Adatali)
(କବିସୂର୍ଯ୍ୟ— ରାଗ କାଫି, ତାଳ ଆଡ଼ତାଳି)

Dha Patala — Kisorachandrananda Champu
ଧ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଧୀରା ରେ କି ଧନ ତୁ ନ ଦେଲୁ ଆଜ
ଧଇଲେ କି ସତେ କର ଯୁବରାଜ ।ପଦ।

ଧରମ ବଳୁ କି ମୋର ଧୂପି ଦେଇ ନିଜ କର
କୋଳକୁ ଆଣିଲୁ କଳା ଦ୍ୱିଜରାଜ ।୧।

ଧୁରନ୍ଧର ସେ ଇଙ୍ଗିତେ ଧରଷିଲୁ କେହି ସତେ
ଧମକାଇଲା ନାହିଁ କି କିଛି ଲାଜ ।୨।

ଧରାରେ ଯେତେ ପୁରୁଷେ ଧୂର୍ତ୍ତ ତାହାଙ୍କ ଗୁରୁ ସେ
ଧନରୁ ଯେ ବଳେ ତାହାଙ୍କର ବ୍ୟାଜ ।୩।

ଧୃତି ହୋଇ ବଳହୀନ ଧୂସର ହୋଇବ ମନ
ଧୋଇ ଚିନ୍ତା କଳଙ୍କ ସମାଜ ମାଜ ।୪।

ଧରଣୀନ୍ଦ୍ର ଜଗଦ୍ଦେବ ଧ୍ୟାନେ ବଲ୍ଲବୀ ବଲ୍ଲବ
ଧରାଧୂଳି କରେ ମସ୍ତକରେ ତାଜ ।୫।