(ଗୋପାଳକୃଷ୍ଣ— ରାଗ ମରୁଆ, ତାଳ ଯତି)
ଧୃତିକି ଧରିବ ରେ ସଜନୀ କି କରି
ନିତିକି ନିତି ହେଲେ ଏପରି । ଘୋଷା ।
ପ୍ରେମ ବିଭିନ୍ନରୁ ଯେତେ ଯାତନା ରେ
ବୈରୀବତତ ନ ଘେନନ୍ତି ହରି । ୧ ।
ପ୍ରୀତି ନ ଜାଣିଲା ସ୍ଥିତି ଏ ଲାଗରେ
ସ୍ୱୈରିଣୀ ବୋଲନ୍ତି ଏ ବ୍ରଜ ନାରୀ । ୨ ।
ମାରିଛି ଦୁର୍ବଳ ନାହିଁ ବିବେକ ରେ
ଶୌରିସୁତରେ କି ଦୋଷ ମୁଁ ନାରୀ । ୩ ।
ଆନ ନ ଘେନନ୍ତି ଏ ଦୁଃଖ ନ ଜାଣୁ
ଗୌରୀ କାଳୁ ସଙ୍ଗତ ସହଚରୀ । ୪ ।
ଗୋପାଳକୃଷ୍ଣ କହଇ ଶ୍ରୀମତୀ ଗୋ
ଗୌରୀ ତୀର୍ଥକୁ ଗମିଲେ ମୁରାରି । ୫ ।