(ବନମାଳୀ— ରାଗ ଧନ୍ୟାଶ୍ରୀ, ତାଳ ଝମ୍ପା)
ଏବେ ସଜନୀ କି ହେଲା
ଶ୍ଯାମ ପ୍ରୀତିରେ ସୁଖ ନୋହିଲା । ଘୋଷା ।
ହେଲା ବଡ଼ ପରମାଦ । କେ ସହିବ ଅପବାଦ ।
ଦାଣ୍ଡ ଲୋକ ଶୁଣି ବାଦ । କରି କଥା ତ ମୋତେ କହିଲା । ୧ ।
ଚିନ୍ତା କରି ଦିବା ନିଶି । ଦିନ ସରୁ ନାହିଁ ବସି ।
ଚାହିଁ ନୟନୁ ନୀର ଖସି । ଉରକୁ ଯାହା ଦହିଲା । ୨ ।
ନଇଲେ ସେ ପୀତପଟ । କାହୁଁ ଶିଖିଲେ କପଟ ।
ଚାହିଁ ଚାହିଁ ଯେତେ ବାଟ । ଆସି ସଙ୍କେତ ରାତି ପାହିଲା । ୩ ।
ସେ ମୋହନ ଲୋଭେ ପାଣି । ଯାଉଥାଏ ସିନା ଆଣି ।
ବନମାଳୀ ଦାସ ଭଣି । ଆଉ ଯମୁନା ଯିବା ନୋହିଲା । ୪ ।