(ବନମାଳୀ— ରାଗ ବିଲାହାରୀ, ତାଳ ଆଦିତାଳ)
ଏହି ପରା । ବ୍ରଜରାଜ ନନ୍ଦନ ଗୋ । ଘୋଷା ।
ଦେଖିଲେ ନେତ୍ର ପବିତ୍ର । ହୋଇ ଯାଉଅଛି ମାତ୍ର ।
କି ଶୋଭା ପାଉଛି ଚନ୍ଦ୍ରବଦନ ଗୋ । ୧ ।
ନବୀନ ଘନ ବରନ । ନିନ୍ଦୁଅଛି ଅପଘନ ।
କଟୀକି ଶୋଭିଛି ପୀତବସନ ଗୋ । ୨ ।
କୋଟିଏ ରବି ସରାଗ । ନିନ୍ଦୁଛି କୁଣ୍ଡଳ ଯୁଗ ।
ଲକ୍ଷ କାହିଁ ହେବ ଛାର ମଦନ ଗୋ । ୩ ।
ଏ ରସରେ ବନମାଳୀ । ଭାଳି କହେ ବ୍ରଜବାଳୀ- ।
-ମାନଙ୍କ ଏ ନେତ୍ରାନନ୍ଦ ସଦନ ଗୋ । ୪ ।