(ଗୋପାଳକୃଷ୍ଣ— ରାଗ ଧନାଶ୍ରୀ, ତାଳ ଯତି)
ଗୋଷ୍ଠଚନ୍ଦ୍ରମାଙ୍କୁ ଆସ ବୋଲିରେ ସହି
କହିଦେଲୁନି କିରେ ।
ଏତିକି ବେଳୁ ମୋ ତନୁ ଥରିଲାନି
ଦେଖି ନାହିଁ ମୁଖ ଆଉରି ଆଖିରେ । ଘୋଷା ।
ଗୃହ କୃତ୍ୟ ସ୍ଫୂର୍ତ୍ତି ହେଲା ନାହିଁ ତିନି
ପହରରୁ ମତିରେ
କେତେବେଳେ କେ ଦେଖି ଦେବଟି ବୋଲି
ଦମଦମ ହୃଦ ହେଉଛି ଭୀତିରେ । ୧ ।
କି ବୁଦ୍ଧି କରିବି କୁଟିଳା ମର୍କଟ
-ମୁଖୀ ଅଛି ପୁରତେ
ଅଗଣାକୁ ଗଲେ ଦେଇ ଅପବାଦ
ମାରି ତାଳି ଆସି ନାଚିବ ଦୁଆରେ । ୨ ।
କି କରୁଥିଲେ ତୁହି ଗଲାବେଳକୁ
ଥିଲେ କେଉଁ ଟଃଅବରେ
କି ବୋଇଲୁ କିସ ପଚାରିଲେ ତୋତେ
କହୁ ସିନା ଚାଲ ଯିବା ରହସ୍ୟରେ । ୩ ।
ନ ଆସ ବୋଲି ଜଣାଅ ଯାଇ ହେଲେ
ସଖୀ ଜୁହାରୁଛି ମା
ଚନ୍ଦ୍ରାବଳୀ ହେଲା ପରି ହେବି ସିନା
ଜଳଜଳ ମୋତେ ଦିଶୁଛି ଆଖିରେ । ୪ ।
ଗୋପାଳକୃଷ୍ଣ ଭାଷେ ଜଗିଥିଲେ ସେ
ତୋ ପାଇଁ ପ୍ରାଙ୍ଗଣରେ
ଲାଗ ହୋଇ ଏଣେ ତେଣେ ଚାହିଁ ଧୀରେ
ଭାଷିଲେ ଥାଉଛି ପୁଷ୍ପ ବାଟିକାରେ । ୬ ।