(ଗୋପାଳକୃଷ୍ଣ— ରାଗ ପୁନ୍ନାଗ, ତାଳ ଝୁଲା)
ହସି ହସି ରେ ଚାହିଁବା ଦିଶୁଛି ଚାରୁବେଶୀ ରେ । ଘୋଷା ।
ଆଳୀ ଠାରିଦେଲେ ମୋର ଯିବାର ସତ୍ୱର
ଆସୁ ଧନ କେଶ ଖୋସି ଖୋସି ରେ । ୧ ।
ଦୂରୁ ଶୁଣି ମୋର ବାଣୀ ପଞ୍ଜର ସରଣୀ
ପାଶେ ରଖିଥାଇ ମୁଖ ଶଶୀ ରେ । ୨ ।
ଲଲାଟ ସିନ୍ଦୂର ତୋର କପାଳରେ ମୋର
ଲାଗି ଯାଇଥିଲେ ଘନକେଶୀ ରେ । ୩ ।
ରତି ଶେଷେ ବାସ ପିନ୍ଧୁ ଉଭା ହୋଇ ବନ୍ଧ
ରଦେ ରଦବାସ ଲାଜେ ଦଂଶି ରେ । ୪ ।
ଗୋପାଳକୃଷ୍ଣଙ୍କୁ କଥା କହି ପୋତୁ ମଥା
ଶାଢ଼ୀ ବାଡ଼ ନଖେ ଘଷି ଘଷି ରେ । ୫ ।