(ବେଣୁଧର— ରାଗ ମରୁଆ, ତାଳ ଆଠତାଳି)
ଜାଣ ମୋ ପରାଣ ସଙ୍ଗୀ
ନାହିଁ ନାହିଁ କାହିଁ ମନ ମୋହନ ଭଙ୍ଗୀ । ଘୋଷା ।
ସେ ଦିନ ତୁ ଥିଲୁ ସଙ୍ଗେ
ହାସ୍ୟ ପରିହାସ ରଙ୍ଗେ
ଚାହିଁଦେଲେ ଯା ନେତ୍ର କଟାରୀ ଫିଙ୍ଗି । ୧ ।
ଆଉ ଦିନେ ବିଶାଖିକା
ତୁଲେ ଆସିଥିଲି ଏକା
ଯା କଲେ ଖେଳାଇ ଡୋଳା ଭୂରୁ ଭୁଜଙ୍ଗ । ୨ ।
ଦିନକୁ ଦିନ ତ ନୂଆ
ହୁନ୍ଦରିଆ ସେ କାହ୍ନୁଆ
ପତିବ୍ରତ ମେରୁ ଗର୍ବ ଦେଲାଣି ଭାଙ୍ଗି । ୩ ।
ବେଣୁଧର ବୋଲେ ସତ
କୋଟି ମନ୍ମଥ ସାମନ୍ତ
ନିକୁଞ୍ଜ ମତ୍ତକେଶରୀ ତୁମ୍ଭେ କୁରଙ୍ଗ । ୪ ।