Jasode Go Kimpain Kara Rodana

ଯଶୋଦେ ଗୋ କିମ୍ପାଇଁ କର ରୋଦନ
(Dwija Lokanatha)
(ଦ୍ୱିଜ ଲୋକନାଥ)

ଯଶୋଦେ ଗୋ କିମ୍ପାଇଁ କର ରୋଦନ
କହ୍ନାଇ କି ଖୋଜି ଆଣିଦେବୁ ବହନ । ଘୋଷା ।

ଏକ ନାରୀ ଆସିଥିଲା ନେତ୍ରେ ତ ଦେଖା ନ ଥିଲା
ବୋଇଲା ମୋର ବାଳକ ଗଲା ଯେ ନାଶ ହୋଇଣ । ୧ ।

ଚାତୁରୀ କରି କହିଲା ଆମ୍ଭ ମନକୁ ମୋହିଲା
ତା ରୋଦନ ଶୁଣି ଦେହ ହେଲା କର୍ତ୍ତନ । ୨ ।

ବିକଳ ତାର ଦେଖିଣ ତୁମ୍ଭରି ଆଗେ କହିଣ
ପଚାରିଲ କିମ୍ପାଇଁ କି ଗୋ ଘଡ଼ି ଘଡ଼ିଣ । ୩ ।

ଆମ୍ଭଙ୍କୁ କିପାଁ ପଚାର ତୁମ୍ଭ ହୃଦରେ ବିଚାର
କୋଳ କରି କ୍ଷୀର ଦେଉଥିଲା ଧରିଣ । ୪ ।

ଯଶୋଦା ଏ ବାଣୀ ଶୁଣି ଦ୍ୱିଜ ଲୋକନାଥ ଭଣି
ମୋହ ହୋଇ ଲୋଟେ ହୃଦେ ହସ୍ତ ମାରିଣ । ୫ ।