(ଗୋପାଳକୃଷ୍ଣ— ରାଗ ଖମ୍ବାଜ, ତାଳ ଏକତାଳି)
ଜୀବନ ଯିବ ପରା ସୁମରି ସୁମରି ମା
ମିଳିବେ କି ସତେ ମୋତେ ନିକୁଞ୍ଜ ବିହାରୀ ମା । ଘୋଷା ।
ଅଭ୍ରଲିହାଗ୍ନି ଦହୁଛି ଚଉଦିଗେ ଧେରି
ବଞ୍ଚିବ କେହି କୋମଳ ରଙ୍ଗଣୀ ବଲ୍ଲରୀ । ୧ ।
ପୂର୍ବ ପୁଣ୍ୟପୁଞ୍ଜ ସବୁ ଦିଶିବ ମୋହରି
ହେବି ଯଶୋଦା ବାତ୍ସଲ୍ୟ ଲକ୍ଷ୍ମୀଙ୍କ କିଙ୍କରୀ । ୨ ।
ଲଳିତ ତ୍ରିଭଙ୍ଗ ଭଙ୍ଗୀ ଆହା ବଂଶୀଧାରୀ
ଆଖିରେ ନାଚୁଛି ଶିର ଶିଖଣ୍ଡ ମାଧୁରୀ । ୩ ।
ବିନୟ ମିଶା କଟାକ୍ଷ କୁଣନ ଚାତୁରୀ
ନିଶି ଦିନ ରହିଲା ମୋ ମନେ ଘର କରି । ୪ ।
କହୁ କହୁ ଚାହୁଁ ଚାହୁଁ କାଳ ଗଲା ସରି
ମନମଥ ହୃଦୟ ପକାଉଛି ବିଦାରି । ୫ ।
ଗୋପାଳକୃଷ୍ଣ ଅଇଲା ସେ କାଳେ ବିହାରି
ପ୍ରିୟ ପ୍ରତ୍ୟନଙ୍ଗ ଲେଖ ହୃଦ ବାସେ ଧରି । ୬ ।