Jibara Jibana Akhi Buji Dela Ki He Chakanayana

ଜୀବର ଜୀବନ, ଆଖି ବୁଜି ଦେଲ କି ହେ ଚକାନୟନ
(Lokanatha PattanayakaJati)
(ଲୋକନାଥ ପଟ୍ଟନାୟକଯତି)

ଜୀବର ଜୀବନ, ଆଖି ବୁଜି ଦେଲ କି ହେ ଚକାନୟନ
କରୁଣାସାଗର ପାଲଟି ପଥର
ନିଦା ହୋଇଗଲ କି ହେ ଚକାନୟନ ।ଘୋଷା।

ନୀଳାଚଳନାଥ ହେଲ କି ଅଚଳ
ସୁଧାଶୂନ୍ୟ ହେଲ କି ହେ ଚକାନୟନ ।୧।

ମଣିମାପଣକୁ କିଏ ନେଲା ହରି
କୃପାବାରି ଶୁଖିଲା କି ଚକାନୟନ ।୨।