(— ରାଗ ନଟକେଦାର, ତାଳ ଯତି)
ଜୁହାରି ଗୁହାରି କରେ ଘେନ ମୋହନ
ନ ବଜା ଆଉ ଏପରି ମଧୁର ମୁରଲୀ ସ୍ୱନ । ଘୋଷା ।
ଯେ ରାଗ ବାଜିଲେ କର୍ଣ୍ଣ ହଜାଏ ବିବେକ ଜ୍ଞାନ
ଲାଗେନା କାହିଁରେ ମନ ହୋଇ ତ ଯାଏ ଉଚ୍ଛନ୍ନ ।
(ପଡ଼ି)
ତେଜି ମାନ ମହତ ଛାଡ଼ି ସତୀ ବରତ
ଖୋଜେ ପଥ କାହିଁ ତ ସେ ମଧୁର ଗୁଞ୍ଜନ । ୧ ।
ଜୁହାରି ଗୁହାରି କରେ ଘେନ ମୋହନ
ନ ବଜା ଆଉ ଏପରି ମଧୁର ମୁରଲୀ ସ୍ୱନ । ଘୋଷା ।
ଯେ ରାଗ ବାଜିଲେ କର୍ଣ୍ଣ ହଜାଏ ବିବେକ ଜ୍ଞାନ
ଲାଗେନା କାହିଁରେ ମନ ହୋଇ ତ ଯାଏ ଉଚ୍ଛନ୍ନ ।
(ପଡ଼ି)
ତେଜି ମାନ ମହତ ଛାଡ଼ି ସତୀ ବରତ
ଖୋଜେ ପଥ କାହିଁ ତ ସେ ମଧୁର ଗୁଞ୍ଜନ । ୧ ।