Kahin Achanti Mo Prana Sankhali

କାହିଁ ଅଛନ୍ତି ମୋ ପ୍ରାଣସଙ୍ଖାଳି
(Kisorachandra— Raga Anandabhairabi, Tala Ekatali)
(କିଶୋରଚନ୍ଦ୍ର— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

କାହିଁ ଅଛନ୍ତି ମୋ ପ୍ରାଣସଙ୍ଖାଳି । ଘୋଷା ।

ଯେବେ ଏ ନିକୁଞ୍ଜେ କରିଥାନ୍ତେଟି ବିଜେ
ବଳି ଆସନ୍ତେନି ଦେହଳୀ । ୧ ।

ସୂଚୀଭେଦ ତମେ ଲୁଚି କି ଅବା ପ୍ରେମେ
ରହିଛନ୍ତି ରସଖିଆଲି । ୨ ।

ନ ଲାଗେ ପରତେ ଥିଲା ପରି ଗୋ ସତେ
ଦିଶେ କେଳି ନିକୁଞ୍ଜ ଖାଲି । ୩ ।

ଶଙ୍କେ ତ ମୋ ଚିତ୍ତ ସଙ୍କେତକୁ କି ମିତ
ଜାଣିଥିଲା ସେ ଚନ୍ଦ୍ରାବଳୀ । ୪ ।

ଛଦ୍ମ କରି ନିଜ ସଦ୍ମକୁ କି ଆଜ
ପଦ୍ମା ପେଷି ନେଲା କଟାଳି । ୫ ।

ପୁଣି ସେ ଭାଷିଲେ ରାଜଇନ୍ଦ୍ର ବୋଲେ
କରି ଶ୍ରୀ କୃଷ୍ଣେ ନିଉଛାଳି । ୬ ।