(ବନମାଳୀ— ରାଗ କାନଡ଼ା, ତାଳ ଏକତାଳି)
ପ୍ରାଣସଙ୍ଗିନୀରେ କାଲି ମୁଁ କି ଲାଜେ ବୁଡ଼ିଲି
ତୋତେ ନ ବିଚାରି ସଖୀ ମୁଁ ଅବିଚାରେ ପଡ଼ିଲି । ଘୋଷା ।
ଶ୍ୟାମ ହୋଇ ନାରୀବେଶ ମୋ ପୁରେ ହେଲେ ପ୍ରବେଶ
ବୋଇଲେ ଆସ ଗୋ ଆସ ଦେଇଯିବି ଲାକ୍ଷାରସ । ୧ ।
ସେ ତ ନାନା କଳାକ୍ଷମ ଦେଇ ଲାକ୍ଷା ଅନୁପମ
ପାଦତଳେ ତାଙ୍କ ନାମ ଲେଖିଲେ ଗୋ ଶ୍ୟାମ ଶ୍ୟାମ । ୨ ।
ତରକି ତାହାଙ୍କୁ ମିତ ଚଞ୍ଚଳ କରନ୍ତେ ଚିତ
ପାଦ ଧରି ନନ୍ଦସୁତ ନ ଛାଡ଼ିଲେ କଦାଚିତ । ୫ ।
ହେବାରୁ କୂଟ ପ୍ରଘଟ କାହିଁ ଗଲେ ପୀତପଟ
ବନମାଳୀ ସେ ଲମ୍ପଟ ପାଦପଦ୍ମେ ମଧୁଲିଟ । ୬ ।